ଓଡ଼ିଆ ଭାଷା ଶିକ୍ଷା: ବର୍ଣ୍ଣବୋଧ ବନାମ ହସଖେଳ
ମାତୃଭାଷା ଶିକ୍ଷା ସବୁ ଶିକ୍ଷାର ମୂଳ: କିନ୍ତୁ ଆମ ରାଜ୍ୟରେ ସେ ମୂଳ ଅତି ମାତ୍ରାରେ ଦୁର୍ବଳ। ଅତୀତରେ ବହୁ ବର୍ଷ ଧରି ସେ ମୂଳକୁ ‘ବର୍ଣ୍ଣବୋଧ’ କରିଥିଲା ସବଳ; କିନ୍ତୁ ଗଲା ପାଖାପାଖି ଅଶୀ ବର୍ଷ ମଧ୍ୟରେ ଭାଷା ଏବଂ ଭାଷାଶିକ୍ଷା ସମ୍ବନ୍ଧରେ ଗବେଷଣାରୁ ଯେଉଁ ସବୁ ନୂଆ ତଥ୍ୟର ଆବିର୍ଭାବ ଘଟିଛି ସେ ଦୃଷ୍ଟିରୁ ବର୍ଣ୍ଣବୋଧ ପୁରୁଣା ଏବଂ ଦୁର୍ବଳ। ବର୍ତ୍ତମାନ ପରିପ୍ରେକ୍ଷୀରେ ବର୍ଣ୍ଣବୋଧର ଭାଷା ଶିକ୍ଷା ପଦ୍ଧତିର ଅନେକ ଦୃଷ୍ଟିରୁ ଅଚଳ। ଆଉ ଆମ ମାତୃଭାଷା ଶିକ୍ଷା କ୍ଷେତ୍ରରେ ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟାଇଛି। ପଚିଶ ବର୍ଷ ତଳେ ପ୍ରସ୍ତୁତ ହୋଇ ଏ ପର୍ଯ୍ୟନ୍ତ ଚଳି ଆସୁଥିବା ‘ ହସଖେଳ’ , ଶହେ ତିରିଶ ବର୍ଷ ତଳେ ସେ ସମୟକୁ ନେଇ ବର୍ଣ୍ଣବୋଧ ଏକ ଯୁଗାନ୍ତକାରୀ ଓଡ଼ିଆ ଶିକ୍ଷା ପାଠବହି । ତା’ର ପାଖାପାଖି ଶହେ ବର୍ଷ ପରେ ଭାଷା ଏବଂ ଭାଷାଶିକ୍ଷା ସମ୍ବନ୍ଧିତ ନୂଆ ତଥ୍ୟକୁ ନେଇ ହସଖେଳ ହେଇପାରିଥା’ନ୍ତା ଆଧୁନିକ ଯୁଗ ପାଇଁ ଏକ ଯୁଗାନ୍ତକାରୀ ଓଡ଼ିଆ ଶିକ୍ଷା ପାଠବହି , କିନ୍ତୁ ଆମର ଦୁର୍ଭାଗ୍ୟ ଆମେ ଦିଅଁ ଗଢ଼ିବାକୁ ଯାଇ ଗଢ଼ିଦେଲୁ ମାଙ୍କଡ଼। ଯେଉଁ ମାଙ୍କଡ଼ ଆମ ଓଡ଼ିଆ ଭାଷା ଶିକ୍ଷାକୁ ନଚାଉଛି ଗଲା ପଚିଶିବର୍ଷ ଧରି। ଆମ ଭାଷା ଶିକ୍ଷା ଦୁର୍ବ...